
ସୁବର୍ଣ୍ଣରେଖା ନଦୀରେ ପାଣି ବଢୁଛି: ବନ୍ୟା ଆଶଙ୍କା
ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ପାଣି ଲଗାତାର ବଢୁଥିବା ହେତୁ ବନ୍ୟା ଆଶଙ୍କା ଦେଖାଦେଇଛି। ଏହାଫଳରେ ବାଲିଆପାଳ ବ୍ଲକର ୫ ପଞ୍ଚାୟତ ଓ ଭୋଗରାଇର ୫ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ନଦୀର ଉପର ମୁଣ୍ଡରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଗଲୁଡିହ ବ୍ୟାରାଜ ରୁ ଅଧିକ ମାତ୍ରାରେ ପାଣି ପ୍ରବାହିତ ହେଉଛି...

କିଶୋର ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ ହିଡ଼ିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ସକାଳେ ଚାନ୍ଦିପୁର କିଶୋର ସମ୍ବାଦ ସାହିତ୍ୟଘର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡକ୍ଟର ଶୁଭଶ୍ରୀ ଲେଙ୍କା ଭର୍ଚୁଆଲ ମୋଡ୍ରେ ଉଦ୍ଘାଟନ କରିବା ସହ ଛାତ୍ରଛାତ୍ରୀମାନେ...

ସନ୍ଦେହଜନକ ଅବସ୍ଥାରେ ନଳକୂପ ନିକଟରୁ ମହିଳାଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ!
ବାଲେଶ୍ବର : ଚହଟାପୋଖରୀ ସ୍ଥିତ ଏକ ନଳକୂପ ନିକଟରୁ ସନ୍ଦେହଜନକ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ରେମୁଣା ଥାନା ପୁଲିସ ଜବତ କରିଛି। ସେ ହେଲେ ଚହଟାପୋଖରୀ ଅଞ୍ଚଳର ମାମାଲି ମଲ୍ଲିକ(୨୫)। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୁଲିସ ସୂଚନା ମୁତାବକ, ମଙ୍ଗଳବାର ରାତିରେ ମାମାଲି ପାଣି ଆଣିବାକୁ ନିକଟ ନଳକୂପକୁ ଯାଇଥିଲେ। ହେଲେ ଫେରିବାରେ ବିଳମ୍ବ ହେବାରୁ ସ୍ବାମୀ ଅଜୟ ମଲ୍ଲିକ ଖୋଜାଖୋଜି କରିଥିଲେ। ସେ ନଳକୂପ ନିକଟକୁ ଯିବା ବେଳକୁ ପତ୍ନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ପଡ଼ିଥିବା ଦେଖି ଚକିତ ହୋଇପଡ଼ିଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ସହ ଦେହର କେତେକ ସ୍ଥାନରେ କ୍ଷତ ଥାଏ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ବଡ଼ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତି ପାଖାପାଖି ସାଢ଼େ ୧୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ତାଙ୍କ ମୁଣ୍ଡରେ କିଭଳି କ୍ଷତ ହେଲା? ନା କିଏ ତାଙ୍କୁ ଆକ୍ରମଣ କରି ହତ୍ୟା ପରେ ସେଠାରେ ଫୋପାଡ଼ି ଦେଇଛି? ଏସବୁ ଦିଗ ଉପରେ ପୁଲିସ ଯାଞ୍ଚ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।




