ଡକ୍ଟର ସଲୋନୀ ସୂଚକ, ମୁମ୍ବାଇ
(ଡାକ୍ତର ନାନାବତୀଙ୍କ କନ୍ୟା)

ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାରରୁ ଉର୍ଦ୍ଧ୍ବ ରେକର୍ଡ ସଂଖ୍ୟକ କେସ। ଦୟା କରି ଧ୍ୟାନ ଦିଅନ୍ତୁ। ମୁଁ ଏହାକୁ ୧୦ ଗୁଣ କରିବି | ବର୍ତ୍ତମାନ ଗଣିତକୁ ବୁଝନ୍ତୁ। ଲକଡାଉନ୍ ଉଠାଯିବା ପରେ ଲୋକମାନେ ଦାୟିତ୍ୱହୀନ ଭାବେ ବାହାରେ ବୁଲୁଛନ୍ତି ଯେପରି ଭୂତାଣୁ ଆଉ ନାହିଁ କିମ୍ବା ଆମ ପାଖରେ ତାର ପ୍ରତିଷେଧକ ପ୍ରସ୍ତୁତ ଅଛି।

ହ୍ଵାଟ୍ସଆପରେ “ଚମତ୍କାର ଔଷଧ” ସମ୍ପର୍କିତ ମେସେଜ ଏବଂ ଭୁଲ ସୂଚନା ପାଇଥିବା ଜନସାଧାରଣ ଭାବୁଛନ୍ତି ଯେ ସବୁକିଛି ସ୍ୱାଭାବିକ ହେବାକୁ ଯାଉଛି।

ନାଁ ଏହା ସତ ନୁହେଁ। ସ୍ଥିତି ସଙ୍ଗୀନ ହେବାରେ ଲାଗିଛି।  ଗତ କିଛି ଦିନ ମଧ୍ୟରେ ଆମେ କିଛି ମୂଲ୍ୟବାନ ଡାକ୍ତରମାନଙ୍କୁ ହରାଇଛୁ। କରୋନା ଯୁଦ୍ଧର ଆଗ ଧାଡ଼ିର ଅନେକ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ବର୍ତ୍ତମାନ କରୋନା ଭାଇରସ ସହ ଲଢୁଛନ୍ତି। ଏ ସବୁ ଆମ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ।

ସମସ୍ତଙ୍କୁ ମୋର ଅନୁରୋଧ ଦୟାକରି ପୂର୍ବ ଅପେକ୍ଷା ବର୍ତ୍ତମାନ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରନ୍ତୁ ଏବଂ ଅଧିକ ସତର୍କ ହୁଅନ୍ତୁ।

ହାତ ଧୋଇବା, ମାସ୍କ ପିନ୍ଧିବା ( ଆଶ୍ଚର୍ଯ୍ୟର କଥା ଯେ ଅଧିକାଂଶ ଶିକ୍ଷିତ ଲୋକ ବିନା ମାସ୍କରେ ବୁଲୁଥିବା ଦେଖାଯାଉଛି), ସାମାଜିକ ଦୂରତା, ଅତ୍ୟନ୍ତ ଜରୁରୀ ନ ହେଲେ ଏକାଠି ହେବା, ଘରେ କାମ କରୁଥିବା ଲୋକ ଏବଂ ଡ୍ରାଇଭରଙ୍କ ବିନା ସାହାଯ୍ୟରେ ନିଜ କାର୍ଯ୍ୟ କରିବା ସହ  ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ  ଭିଟାମିନ-ସି ଏବଂ ଡି ୩ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ପ୍ରଚୁର ପାଣି ପିଅନ୍ତୁ। ଷ୍ଟିମ ଇନହାଲେସନ ଏବଂ ଉଷୁମ ପାଣିରେ ଲୁଣ ଓ ହଳଦୀ ପକାଇ କୁଳି କରନ୍ତୁ।

ପିଲାମାନଙ୍କୁ ପାହାଚ ରେଲିଂ, ଲିଫ୍ଟ ଡୋର ଆଦି ସ୍ପର୍ଶ ନ କରିବାକୁ କୁହନ୍ତୁ। ଏଥିସହ କାନ୍ଥଠାରୁ ଦୂରରେ ରହିବା ଏବଂ ଭଲ କରି ହାତ ଧୋଇବାକୁ ଅଭ୍ୟାସ କରାନ୍ତୁ | ଦୟାକରି ଚଷମା ବ୍ୟବହାର କରିବା ସହ ମୁହଁକୁ ଘୋଡ଼ାଇ ରଖନ୍ତୁ।

ଦୟାକରି ଅନାୟାସରେ ଡେକ୍ସାମେଥାସୋନ ଏବଂ ମିଥାଇଲପ୍ରେଡନିସୋଲୋନ ଠୁଳ କରନ୍ତୁ ନାହିଁ | ଏହା ଏଆରଡିଏସ ରୋଗୀ ଏବଂ ଗୁରୁତର ଅସୁସ୍ଥ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।

ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ କରନ୍ତୁ | ଘରେ ଏକ ଅକ୍ସିମିଟର ଏବଂ ଥର୍ମୋମିଟର ରଖନ୍ତୁ। ଅତି ଆବଶ୍ୟକ ନ ଥିଲେ ସ୍ୱିଗି, ଜୋମାଟୋ ଆଦିରୁ ଅର୍ଡର କରିବାରୁ ଦୂରେଇ ରୁହନ୍ତୁ ଏବଂ ଅର୍ଡର ଦେଉଥିବା ବ୍ୟକ୍ତି କାହା ସଂସ୍ପର୍ଶରେ ଆସିନଥିଲେ ମଧ୍ୟ ସତର୍କ ରୁହନ୍ତୁ |

ଅତ୍ୟନ୍ତ ଜରୁରୀ ନ ଥିଲେ ଡାକ୍ତରଖାନା ଯାଆନ୍ତୁ ନାହିଁ। ଯଥା ସମ୍ଭବ ଡାକ୍ତରଙ୍କ ସହ ଟେଲିଫୋନ କିମ୍ବା ଭିଡିଓ ପରାମର୍ଶ କରନ୍ତୁ। ଅତି ଆବଶ୍ୟକ ହେଲେ ଡାକ୍ତରଖାନା ଯାଆନ୍ତୁ। ବର୍ତ୍ତମାନ
ଡାକ୍ତରଖାନାଗୁଡ଼ିକରେ ଆପଣ ଭାଇରସ ସଂସ୍ପର୍ଶରେ ଆସିବାର ଅଧିକ ସମ୍ଭାବନା ରହିଛି।


ସବୁ ସୋସାଇଟି ସେମାନଙ୍କର କର୍ମଚାରୀ ଓ ଜଗୁଆଳୀମାନଙ୍କୁ ସ୍କ୍ରିନିଂ, ପରିମଳ ଏବଂ ସାମାଜିକ ଦୂରତା ସମ୍ପର୍କରେ ଶିକ୍ଷା ଦେବା ଉଚିତ। ଏଥିସହ ଏକ ସାନିଟାଇଜେସନ ପ୍ରୋଟୋକଲ କରିବା ଜରୁରୀ। ବର୍ତ୍ତମାନ ବେଶ ଭଲ ସ୍ପ୍ରେ ପମ୍ପ ଏବଂ ମେସିନ୍ ମିଳୁଛି । ଏହା ଦ୍ୱାରା ବିଲଡିଂଗୁଡିକୁ ପ୍ରତି ୩-୪ ଘଣ୍ଟା ମଧ୍ୟରେ ଅତି ସହଜରେ ସାନିଇଟାଇଜ କରାଯାଇପାରିବ | କେତେକ ସୋସାଇଟିରେ ସେମାନଙ୍କର ଜିମ୍ ଆଦି ସ୍ଥାନରେ ଅକ୍ସିଜେନ କନସେନଟ୍ରେଟର୍ସ ଏବଂ ଆଇସୋଲେସନ ସୁବିଧା ମଧ୍ୟ ରହିଛି।

 

ପ୍ୟାକେଟ ଦୁଗ୍ଧ, ବୋତଲ, ଅନ୍ୟାନ୍ୟ ପ୍ୟାକେଟ ଏବଂ ବ୍ୟାଗ ଆଦି ବ୍ୟବହାର ସମୟରେ ସାବଧାନ ରୁହନ୍ତୁ। ପନିପରିବାକୁ ଧୋଇବା ସହ ଷ୍ଟୋର ସମାଗ୍ରୀ ଭଲ ଭାବରେ ସଫା କରନ୍ତୁ।

ମନେରଖନ୍ତୁ, ଭୂତାଣୁ ସଂସ୍ପର୍ଶରେ ଆସିଲେ, ଆପଣଙ୍କ ପାଖରେ ପ୍ରତିଷେଧକ ନାହିଁ।  ତେଣୁ ଦୟାକରି ଦୁଃସାହସିକତା ଦେଖାଇ ନିର୍ଭୟରେ ବାହାରେ ବୁଲନ୍ତୁ ନାହିଁ ।  ପ୍ରଥମତଃ ଏହା ଦ୍ୱାରା ଆପଣଙ୍କ ସହ ଭୂତାଣୁ କେତେ ସପ୍ତାହ ପର୍ଯ୍ୟନ୍ତ ରହିବ ଏବଂ କେତେ ସଂଖ୍ୟାରେ ଅନ୍ୟମାନେ ସଂକ୍ରମିତ ହେବେ ତାହା କେବଳ ଭଗବାନଙ୍କୁ ଜଣା।

ଦ୍ଵିତୀୟରେ, ଏ ପର୍ଯ୍ୟନ୍ତ ଆମେ ଭୁତାଣୁକୁ ଭଲ ଭାବରେ ଜାଣିନାହୁଁ, ଏହା କିପରି ପୁନଃସକ୍ରିୟ ହେଉଛି, ନିଜର ରୂପ ବଦଳାଉଛି, ସୁପ୍ତ ହେଉଛି ଏବଂ ସଂକ୍ରମଣର ଦୀର୍ଘକାଳୀନ ପ୍ରଭାବ ଉପରେ ଆମର କୌଣସି ଅଧ୍ୟୟନ ନାହିଁ |

ଚୀନ ବର୍ତ୍ତମାନ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ରହିଛି। ତଥାପି ଆମେ ପ୍ରଥମ ପର୍ଯ୍ୟାୟରେ ଅଛୁ। ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ। 

ପ୍ରାର୍ଥନା କରନ୍ତୁ ଆମେ ଯେପରି ଅଳ୍ପ କ୍ଷୟକ୍ଷତି ସହ ଏହି ପର୍ଯ୍ୟାୟକୁ ସାମ୍ନା କରିବା। ଦୟାକରି ଦାୟିତ୍ୱବାନ ନାଗରିକ ଭଳି ଆଚରଣ କରନ୍ତୁ। ବର୍ତ୍ତମାନ ସ୍ୱାସ୍ଥ୍ୟ କର୍ମୀମାନେ କ୍ଳାନ୍ତ, ଅତ୍ୟଧିକ ପରିଶ୍ରମ କରୁଛନ୍ତି ଏବଂ ଚାପଗ୍ରସ୍ତ। ସେମାନେ ସମସ୍ତେ ଜଣେ ପରେ ଜଣେ ଅସୁସ୍ଥ ହେଉଛନ୍ତି। ଦୟାକରି ସେମାନଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ। ଧୈର୍ଯ୍ୟ ରଖନ୍ତୁ, ଦୟାଳୁ ହୁଅନ୍ତୁ। 

ସମସ୍ତଙ୍କୁ ଅନୁରୋଧ, ଅତ୍ୟନ୍ତ ଜରୁରୀ କାମ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ। ଯଥା ସମ୍ଭବ ଘରେ ରୁହନ୍ତୁ। 


ଡକ୍ଟର ସଲୋନୀ ସୂଚକ, ମୁମ୍ବାଇ