ଜନତାଙ୍କୁ ଆଶ୍ୱସ୍ତି : ତେଲ ଦର କମିବାରୁ କମିଲା ବସ୍ ଭଡ଼ା
ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୩ ପଇସା କମି ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ ବସ ଭଡ଼ା ୯୬ପଇସାରୁ ୩ ପଇସା କମିଛି । ଏବେ ଏକ୍ସପ୍ରେସ ବସ୍ ଭଡ଼ା ୯୩ ପଇସା ହୋଇଥିବା ବେଳେ ଡିଲକ୍ସ ବସ ଭଡ଼ା ୧ ଟଙ୍କା ୩୫ ରୁ ୧ ଟଙ୍କା ୨୯ ପଇସାକୁ ହ୍ରାସ ପାଇଛି..

ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ନିଆଁ
ପାଖେଇ ଆସୁଛି ସାବିତ୍ରୀ ବ୍ରତ । ଏଥିପାଇଁ ଫଳ ନିହାତି ଆବଶ୍ୟକ । ତେଣୁ ଫଳ କିଣିବା ପାଇଁ ବଜାରରେ ଏବେ ଲୋକଙ୍କ ଗହଳି ଜମିଛି । ଯାହା କାରଣରୁ ଫଳ ଦର ଏବେ ଅମୂଲ ମୂଲ ହୋଇଛି । ଭୁବନେଶ୍ୱରରେ ଆଜି ଆମ୍ବ କିଲୋ ପ୍ରତି ୧୨୦ ଟଙ୍କା ରହିଥିବାବେଳେ ସପୁରୀ ଗୋଟାକୁ ୫୦ ଟଙ୍କାରେ ବିକ୍ରି ହେଉଛି । ଏହାସହ ଲିଚୁ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି...

କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଓଲଟିବା ଘଟଣା: ଡ୍ରାଇଭରମାନଙ୍କୁ ଏହି ପରାମର୍ଶ ଦେଲେ ରାଜ୍ୟ ପରିବହନ ମନ୍ତ୍ରୀ
କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଓଲଟିବା ଘଟଣାକୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ମତବ୍ୟକ୍ତ କରିବା ସହ ଏନେଇ ପରାମର୍ଶ ବି ଦେଇଛନ୍ତି।
ପରିବହନ ମନ୍ତ୍ରୀ କହିଛନ୍ତି, ଘାଟି ରାସ୍ତାରେ ଯାଆନ୍ତୁ ନାହିଁ। ଟୁରିଷ୍ଟ ବସ କଳିଙ୍ଗା ଘାଟି ଦେଇ ଯାଇ ପାରିବ, ଏଥିଲାଗି ପ୍ରତିବନ୍ଧକ ନାହିଁ। କିନ୍ତୁ, ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟିରେ ଗାଡ଼ି ଚଳାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହି ଘାଟିରେ ଗାଡ଼ି ନେଇ ପାରିବେ। ଆମର ପରାମର୍ଶ ରହୁଛି, ଯାହାର ଅଭିଜ୍ଞତା ନାହିଁ ସେମାନେ ଦଶପଲ୍ଲା ରାସ୍ତା ଦେଇ ଗାଡ଼ି ନିଅନ୍ତୁ....

୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ: ୟେଲୋଓ୍ଵାର୍ଣ୍ଣିଂ ଜାରି
ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୨୭ ତାରିଖ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଂଜାମ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୧୧ ଟି ଜିଲ୍ଲା ପାଇଁ ୟେଲୋ..

ଆଇଓଏ ଅଧ୍ୟକ୍ଷ ପଦରୁ ବାତ୍ରାଙ୍କ ଇସ୍ତଫା: ଗତ ମାସରେ ସିବିଆଇ ଜାଲରେ ଛନ୍ଦି ହୋଇଥିଲେ
ଏକ ଉଲ୍ଲେଖନୀୟ ଘଟଣାକ୍ରମେ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ଅଧ୍ୟକ୍ଷ ପଦରୁ ବୁଧବାର ଶକ୍ତିଶାଳୀ କ୍ରୀଡ଼ା ସଂଗଠକ ତଥା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍)ର ସଭାପତି ନରିନ୍ଦର ବାତ୍ରା ଅଚାନକ ଇସ୍ତଫା ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ଦୁରୁପଯୋଗ କରିଥିବା ମାମଲାରେ ଗତମାସରେ ସିବିଆଇ ତାଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଏହା ପରେ ନୈତିକତା ଦୃଷ୍ଟିରୁ ସେ ଆଇଓଏ ଅଧ୍ୟକ୍ଷ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଅନ୍ୟ ସଦସ୍ୟମାନେ ଦାବି କରିଥିଲେ। ତା ଛଡ଼ା ଏକାଧିକ କ୍ରୀଡ଼ା...
Advertisement

ଦେଢ଼ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ଅଟକ
ଜଳେଶ୍ବର ଥାନା ଅଧୀନସ୍ଥ ରାଜଘାଟ ନାକା ପଏଣ୍ଟରେ ଆଜି ଏକ କାରରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ଦେଢ଼ କୁଇଣ୍ଟାଲରୁ ଅଧିକ ଓଜନର ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ସୂଚନା ଅନୁସାରେ, ଓଆର ୦୨ ବିକ୍ୟୁ ୭୨୨୨ ନମ୍ବରର ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଛକି ବସିଥିଲା ଜଳେଶ୍ବର ପୁଲିସ। ଦିନ ପ୍ରାୟ ଗୋଟାଏ ବେଳେ ରାଜଘାଟ ନାକା ପଏଣ୍ଟରେ ଗାଡ଼ିଟି ପହଞ୍ଚିଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପୁଲିସ ଗାଡ଼ିଟିକୁ ଘେରି ଯାଇଥିଲେ। ଯାଞ୍ଚ ବେଳେ ଉକ୍ତ ଗାଡ଼ିରୁ ୭୫ଟି ଗଞ୍ଜେଇ ପ୍ୟାକେଟ..

ଦ୍ବିତୀୟ କ୍ବାଲିଫାୟରରେ ଆର୍ସିବି-ରାଜସ୍ଥାନ; ଏଲିମିନେଟର ହାରି ଲକ୍ଷ୍ନୌର ବିଦାୟ
ରଜତ ପଟିଦାରଙ୍କ ପରାକ୍ରମୀ ଶତକ ବଳରେ ପଦାର୍ପଣକାରୀ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୧୪ ରନ୍ରେ ପରାସ୍ତ କରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଚଳିତ ଆଇପିଏଲ୍ର ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଶୁକ୍ରବାର ଦ୍ବିତୀୟ କ୍ବାଲିଫାୟରରେ ଆର୍ସିବି ପ୍ରଥମ କ୍ବାଲିଫାୟରରେ ଫାଇନାଲିଷ୍ଟ ଗୁଜରାଟ ଟାଇଟନ୍ସଠାରୁ ହାରିଥିବା ରାଜସ୍ଥାନ ରୟାଲ୍ସକୁ ଭେଟିବ। ଏହାର ବିଜେତା ଦଳ ମେଗା ଫାଇନାଲରେ ୨୯...