ଜନତାଙ୍କୁ ଆଶ୍ୱସ୍ତି : ତେଲ ଦର କମିବାରୁ କମିଲା ବସ୍ ଭଡ଼ା

ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୩ ପଇସା କମି ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ ବସ ଭଡ଼ା ୯୬ପଇସାରୁ ୩ ପଇସା କମିଛି । ଏବେ ଏକ୍ସପ୍ରେସ ବସ୍ ଭଡ଼ା ୯୩ ପଇସା ହୋଇଥିବା ବେଳେ ଡିଲକ୍ସ ବସ ଭଡ଼ା ୧ ଟଙ୍କା ୩୫ ରୁ ୧ ଟଙ୍କା ୨୯ ପଇସାକୁ ହ୍ରାସ ପାଇଛି..

vegetable-market.jpg
ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ନିଆଁ

ପାଖେଇ ଆସୁଛି ସାବିତ୍ରୀ ବ୍ରତ । ଏଥିପାଇଁ ଫଳ ନିହାତି ଆବଶ୍ୟକ । ତେଣୁ ଫଳ କିଣିବା ପାଇଁ ବଜାରରେ ଏବେ ଲୋକଙ୍କ ଗହଳି ଜମିଛି । ଯାହା କାରଣରୁ ଫଳ ଦର ଏବେ ଅମୂଲ ମୂଲ ହୋଇଛି । ଭୁବନେଶ୍ୱରରେ ଆଜି ଆମ୍ବ କିଲୋ ପ୍ରତି ୧୨୦ ଟଙ୍କା ରହିଥିବାବେଳେ ସପୁରୀ ଗୋଟାକୁ ୫୦ ଟଙ୍କାରେ ବିକ୍ରି ହେଉଛି । ଏହାସହ ଲିଚୁ କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି...

padmanav-behera-1.jpg
କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଓଲଟିବା ଘଟଣା: ଡ୍ରାଇଭରମାନଙ୍କୁ ଏହି ପରାମର୍ଶ ଦେଲେ ରାଜ୍ୟ ପରିବହନ ମନ୍ତ୍ରୀ

କଳିଙ୍ଗା ଘାଟିରେ ଟୁରିଷ୍ଟ ବସ ଓଲଟିବା ଘଟଣାକୁ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ମତବ୍ୟକ୍ତ କରିବା ସହ ଏନେଇ ପରାମର୍ଶ ବି ଦେଇଛନ୍ତି।
ପରିବହନ ମନ୍ତ୍ରୀ କହିଛନ୍ତି, ଘାଟି ରାସ୍ତାରେ ଯାଆନ୍ତୁ ନାହିଁ। ଟୁରିଷ୍ଟ ବସ କଳିଙ୍ଗା ଘାଟି ଦେଇ ଯାଇ ପାରିବ, ଏଥିଲାଗି ପ୍ରତିବନ୍ଧକ ନାହିଁ। କିନ୍ତୁ, ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟିରେ ଗାଡ଼ି ଚଳାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହି ଘାଟିରେ ଗାଡ଼ି ନେଇ ପାରିବେ। ଆମର ପରାମର୍ଶ ରହୁଛି, ଯାହାର ଅଭିଜ୍ଞତା ନାହିଁ ସେମାନେ ଦଶପଲ୍ଲା ରାସ୍ତା ଦେଇ ଗାଡ଼ି ନିଅନ୍ତୁ....

monsoon-2020.jpg
୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ: ୟେଲୋଓ୍ଵାର୍ଣ୍ଣିଂ ଜାରି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୨୭ ତାରିଖ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଂଜାମ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୧୧ ଟି ଜିଲ୍ଲା ପାଇଁ ୟେଲୋ..

ବେଆଇନ ଲୋନ୍ ଆପ୍ ଖୋଲି ୬.୫୭କୋଟି ହଡ଼ପ ଘଟଣା: ଆଉ ଜଣେ ଠକ ଗିରଫ

ଭୁବନେଶ୍ବର: ବେଆଇନ ଲୋନ୍ ଆପ୍ ଖୋଲି ଲୋକଙ୍କୁ ଋଣ ଦେବା ନାଁରେ ୬.୫୭କୋଟି ହଡ଼ପ କରିବା ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଓଡ଼ିଶା ପୁଣି ଜଣକୁ ଗିରଫ କରିଛି। ସେ ହେଉଛନ୍ତି ମୁମ୍ବାଇର ରାମ ଶ୍ରୀରାମ ପାଠାଦେ।
ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ମହାଗ୍ରାମ ପେମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ରାମ ଶ୍ରୀରାମ ପାଠାଦେଙ୍କୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ତାଙ୍କୁ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱରକୁ ଅଣାଯାଇଥିଲା। ଭୁବନେଶ୍ୱରର ଏସଡିଜେଏମ୍ କୋର୍ଟରେ ହାଜର କରାଯାଉଥିବାର ସୂଚନା ମିଳିଛି। ଅଭିଯୁକ୍ତ ରାମ ଶ୍ରୀରାମ ପାଠାଦେ ମୁମ୍ବାଇର ସୋନମ୍ ହାଇଟ୍ସର ବାସିନ୍ଦା ବୋଲି ଜଣାଯାଇଛି।
ଅଭିଯୁକ୍ତ ମହାଗ୍ରାମ ପେମେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ, ସରସେବା ସିଂପ୍ଲିଫାଏଡ୍ ଇନୋଭେସନ୍ସ ଲିମିଟେଡ, ମହାଗ୍ରାମ ଫାଉଣ୍ଡେସନ୍, ଫିନୋଭିଟି ଗ୍ଲୋବାଲ୍ ପେମେଣ୍ଟସ୍ ପ୍ରାଇଭେଟ ଲିମିଟେଡ୍ ଓ ଏକ୍ସପ୍ରେସ୍ ଡିଜିଟାଲ୍ ମନି ପ୍ରାଇଭେଟ ଲିମିଟେଡ ଆଦି କମ୍ପାନିଗୁଡ଼ିକର ନିର୍ଦ୍ଦେଶକ ବୋଲି ଜଣାଯାଇଛି। ଏହି କଂପାନିଗୁଡ଼ିକ ଡିଜିଟାଲ୍ ଋଣ ଆପ୍ ବ୍ୟବସାୟରେ ଲିପ୍ତ ଥିଲେ। ଅଭିଯକ୍ତ ରାମ ଶ୍ରୀରାମ ପାଠାଦେ ଅନ୍ୟ ସହଯୋଗୀଙ୍କ ସହ ମିଶି ଡିଜିଟାଲ୍ ଲୋନ୍ ଆପ୍ ଖୋଲିଥିଲେ। ପ୍ରାୟ ଦେଢ଼ ଲକ୍ଷ ଲୋକ ଏହି ଆପ୍ ଡାଉନଲୋଡ୍ କରିଥିଲେ। ସୂଚନାଯୋଗ୍ୟ, କିଛି ଦିନ ତଳେ ବେଆଇନ ଲୋନ୍ ଆପ୍ ଖୋଲି ଲୋକଙ୍କୁ ଋଣ ଦେବା ନାଁରେ ୬.୫୭କୋଟି ହଡ଼ପ କରିବା ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଓଡ଼ିଶା  ହରିୟାଣା ଗୁରୁଗ୍ରାମ୍‌ର ତରୁଣ ଦୁଦେଜାଙ୍କୁ ଗିରଫ କରିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ତରୁଣ ଏକା ସମୟରେ ଡିଜିଟାଲ୍ ବଟ୍‌ଵା, ଆଇ ପୈସା ଅନଲାଇନ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍, ସ୍ବିଜ୍ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ବାଜାରପେ ଇନ୍‌ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍, ମିଲାନମ୍ ଏଣ୍ଟରପ୍ରାଇଜ୍, ବଚ୍ଚତ୍ ଅନଲାଇନ୍ ନାମରେ ୬ଟି ବେଆଇନ୍ ଲୋନ୍ ଆପ୍ ଖୋଲିଥିଲା। ସେବି ବା ଆର୍‌ବିଆଇରେ ପଞ୍ଜୀକୃତ ନ କରି ଏହି ଆପ୍‌ ଦ୍ବାରା ପ୍ରଥମେ ଲୋକଙ୍କୁ ଋଣ ଦେଉଥିଲା। ପରେ ଲୋକଙ୍କୁ ଶୋଷଣ କରିବା ବା ଲୁଟ୍ କରିବା ଉଦ୍ଦେଶ୍ୟରେ କିଛି ଲୋକଙ୍କୁ ନିଯୁକ୍ତି ଦେଇଥିଲା। ସେମାନେ ସପ୍ତାହେ ପରେ ଫୋନ୍ କରି ଲୋକଙ୍କୁ ବ୍ଲାକମେଲ୍ କରି ଟଙ୍କା ନେଉଥିଲେ। ଯେଉଁମାନେ ଟଙ୍କା ଦେଉନଥିଲେ ସେମାନଙ୍କ ଠାରୁ ସଂଗୃହୀତ ବ୍ୟକ୍ତିଗତ ତଥ୍ୟ ଭାଇରାଲ୍ କରିବାକୁ ଧମକ ଦେଉଥିଲେ। ଏହି କ୍ରମରେ ପ୍ରାୟ ୬.୫୭କୋଟି ଟଙ୍କା ହଡ଼ପ କରାଯାଇଥିଲା। ଅପରପକ୍ଷରେ ଇଓଡବ୍ଲୁ ତରୁଣ କମ୍ପାନିରେ ଚଢ଼ଉ କରି ୪୧ଟି ସିମ୍ କାର୍ଡ ମଧ୍ୟ ଜବତ କରିଛି।

୨୩ ଦିନରେ ପହଞ୍ଚିଲା ରଥ ନିର୍ମାଣ କାମ; ମୋଟ ୪୨ ଚକରୁ ୩୧ ଚକର ନିର୍ମାଣ କାର୍ଯ୍ୟ ସମାପ୍ତ

jpg.jfif

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଶ୍ରୀକ୍ଷେତ୍ରରେ ଭଉଁରୀ ପରେ ଜୋରସୋରରେ ଆଗେଇଛି ରଥ ନିର୍ମାଣ କାମ । ମହାରଣା ସେବାୟତଙ୍କ ହାତରେ ତର ନାହିଁ । ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୧ଟି ଚକର ନିର୍ମାଣ କାମ ଶେଷ ହୋଇଛି । ଶ୍ରୀକ୍ଷେତ୍ରରେ ଭଉଁରୀ ପରେ ଜୋରସୋରରେ ଆଗେଇଛି ରଥ ନିର୍ମାଣ କାମ । ମହାରଣା ସେବାୟତଙ୍କ ହାତରେ ତର ନାହିଁ । ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୧ଟି ଚକର ନିର୍ମାଣ କାମ ଶେଷ ହୋଇଛି । ପ୍ରତ୍ୟେକ ରଥ ପାଇଁ ୧୨ ଗୋଟି ଭୂଇଁଚଉତାର ଆବଶ୍ୟକ ଥିବା ବେଳେ ତିନି ରଥର ୮ଟି ଲେଖାଏଁ ଭୂଇଁଚଉତା ନିର୍ମାଣ ଶେଷ ହୋଇଛି । ଏହା ବ୍ୟତୀତ ପ୍ରତ୍ୟେକ ରଥର ୪ଟି ଲେଖାଏ ମୁହାଁଟ ଓ ନିରାଡ଼ି କାମ ସରିଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତୁମ୍ବ ପାଇଁ ବଳା, ଦଣ୍ଡା ପାଇଁ ଘଡ଼ି ମୁହଁ କଣ୍ଟା ତିଆରି ଚାଲିଛି । ତେବେ ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା ସାଙ୍ଗକୁ ଘୋଷଯାତ୍ରା । ଏଥିପାଇଁ ଗତକାଲି ଛତିଶା ନିଯୋଗ ବୈଠକରେ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏଥର ରାତି ୪ରୁ ହେବ ଶ୍ରୀଜିଉଙ୍କ ସ୍ନାନ ପହଣ୍ଡି, ତାସହ ପ୍ରାୟ ୩ରୁ ସାଢ଼େ ୩ଘଣ୍ଟା ପର୍ଯ୍ୟନ୍ତ ସ୍ନାନବେଦୀ ପାଖକୁ ଯାଇ ଭକ୍ତଙ୍କୁ ହାତୀବେଶ ଦର୍ଶନର ସୁଯୋଗ ମିଳିବ । ଏଥିସହ ଜଳବିଜେ ଓ ଛେରାପହଁରା ନୀତି ବେଳେ ଠାକୁରମାନଙ୍କ ଆଗରେ ଅଯଥା ଭିଡ଼ ନକରିବାକୁ ସେବାୟତମାନଙ୍କୁ କୁହାଯାଇଛି । ଜୁନ୍ ୧୪ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । କୋଭିଡ୍ କୋପ କମିବା ପରେ ଦୁଇବର୍ଷ ପରେ ସ୍ନାନ ବେଦୀରୁ ଭକ୍ତଙ୍କ ସହ ଭଗବାନଙ୍କ ମିଳନ ହେବ । ଏଥିପାଇଁ ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡାନ୍ତ ହୋଇଛି ଦେବସ୍ନାନ ପୂର୍ଣ୍ଣମୀ ନୀତି କାନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ପ୍ରଥମେ ନୀତି ସବ୍‌କମିଟି ମିଟିଂ ପରେ ଛତିଶା ନିଯୋଗ ବୈଠକ ବସିଥିଲା । ନିର୍ଘଣ୍ଟ ନୀତିକାନ୍ତି ଅନୁସାରେ-ଜୁନ୍ ୧୪ ରାତି ସାଢ଼େ ୩ଟାରେ ମଙ୍ଗଳାର୍ପଣ ହୋଇ ଡୋର ଲାଗି ଓ ପୁଷ୍ପାଞ୍ଜଳି ସରିବା ପରେ ଭୋର ୪ଟାରୁ ଆରମ୍ଭ ହେବ ସ୍ନାନ ପହଣ୍ଡି ।

୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣି

କାମାକ୍ଷାନଗର: ୧୦ ହଜାର ଲାଞ୍ଚ ନେଇ କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣି ଭିଜିଲାନ୍ସ ଜାଲରେ ପଡ଼ିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍କୁଲ୍ ଏରିଅର୍ ବିଲ୍ କରାଇ ଦେବାକୁ ପ୍ରଧାନ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ଜଣାଯାଇଛି।ଲାଞ୍ଚ ନେଇ ଧରାପଡ଼ିଲେ କାମାକ୍ଷାନଗର ବିଇଓ ଅଫିସର କନିଷ୍ଠ କିରାଣୀ ଜୀବନାନନ୍ଦ ଶତପଥୀ। ଏରିଅର ବିଲ ପାସ ପାଇଁ ଦଶହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଅନୁଗୁଳ ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ କନ୍ତିଓକାଟେଣି ସିଦ୍ଧାଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ନାୟକଙ୍କର ଏରିଅର ବିଲ୍ ପାସ୍ କରାଇ ଦେବା ପାଇଁ ତାଙ୍କଠାରୁ ୧୦,୦୦୦(ଦଶ ହଜାର) ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଛକି ଥିବା ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା।

ମହୁ ପାଇଁ ଯାଇଥିଲେ ଜଙ୍ଗଲ; ଭାଲୁ ଆକ୍ରମଣରେ ୨ ମୃତ

09_11_2019-bear_goat_19740152.jpg
ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଞ୍ଜ ଟାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣରେ ୨ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।ଘଟଣାରୁ ପ୍ରକାଶ ଯେ, ବଡ଼ବାହାଲ ରେଞ୍ଜ ବଣିଆବନ୍ଧ ଗ୍ରାମର କିଛି ଲୋକ ରଜ ପର୍ବ ଅବସରରେ ଜଙ୍ଗଲକୁ ମହୁ ଖାଇବା ପାଇଁ ଯାଇଥିଲେ।ହେଲେ ହଠାତ୍ ଏକ ଜଙ୍ଗଲୀ ଭାଲୁ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲା।ଭାଲୁ ଆକ୍ରମଣରେ ଘଟଣା ସ୍ଥଳରେ ବଣିଆ ବନ୍ଧ ଗ୍ରାମର ଚେରୁ ମୁଣ୍ଡା(୫୦) ଓ କୃଷ୍ଣ ମୁଣ୍ଡା (୪୮)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।ସେହିପରି ସାଙ୍ଗରେ ଥିବା ଅଷାଢୁ ମୁଣ୍ଡା (୪୦)ଗୁରୁତର ହୋଇଥିଲେ।ତେବେ ଆଉ ଦୁଇଜଣ ତଥା ସୁବଳ ମୁଣ୍ଡା ଓ ସୁବନ ମୁଣ୍ଡା ଜୀବନ ବିକଳରେ ଏକ ଗଛ ଉପରକୁ ଚଢ଼ି ଯାଇଥିଲେ।ନରହନ୍ତା ଭାଲୁର ଚିତ୍କାର ଏତେ ଭୟଙ୍କର ଥିଲା ଯେ ପାଖକୁ କେହି ଯିବା ପାଇଁ ମଧ୍ୟ ସାହସ କରି ପାରି ନଥିଲେ ତଥାପି ଗ୍ରାମବାସୀ ଏନେଇ ବନବିଭାଗକୁ ସୂଚନା ଦେବା ସହ ଗ୍ରାମବାସୀ ଏକତ୍ରିତ ହୋଇ ଘଟଣା ସ୍ଥଳ କୁ ଯାଇ ଭାଲୁ ଘଉଡ଼ାଇ ଥିଲେ ଓ ଗଛ ଉପରେ ଥିବା ସୁବଳ ଓ ସୁବନ ଙ୍କୁ ଉଦ୍ଧାର କରିଥିଲେ। ଏବେ ଭାଲୁର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ; ଜଣେ ମୃତ , ୨ ଗୁରୁତର

ବଡ଼ସାହି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକର ତେନ୍ତୁଳିଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତଙ୍କ ଢ଼େଙ୍ଗା ମାଡ଼ରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରବୀନ୍ଦ୍ର ଦେହୁରୀ(୬୫)। ଘଟଣା ଘଟିଛି ଶନିବାର ରାତିରେ। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ପରିବାର ବର୍ଗ ଓ କିଛି ଗ୍ରାମଲୋକଙ୍କ ପ୍ରତିଆକ୍ରମଣରେ ୨ଜଣ ଅଭିଯୁକ୍ତ ଗୁରୁତର ଆହାତ ହୋଇଛନ୍ତି। ଖବର ପାଇ ବଡ଼ସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଗୁରୁତରଙ୍କୁ ଉଦଳା ଡ଼ାକ୍ତରଖାନାକୁ ପଠାଇଛନ୍ତି। ରବିବାର ବେତନଟୀ ଏସଡ଼ିପିଓ ସଦଳବଳେ ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ଘଟଣାରୁ ପ୍ରକାଶ ଯେ, ନିହତ ଜଣଙ୍କ ତେନ୍ତୁଳିଗାଁ ହାଟପଡ଼ିଆ ପାଖରେ ଘର କରି ରହୁଛନ୍ତି। ଗାଁ ପୋଖରୀ ନିଲାମକୁ ନେଇ ଆକ୍ରମଣକାରୀଙ୍କ ମଧ୍ୟରେ ତାଙ୍କର ଶତ୍ରୁତା ରହିଥିଲା। କରୋନା କଟକଣା ପାଇଁ ଗାଁ ରଜ ହାଟ ସମୟ ପରିବର୍ତ୍ତନକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଶନିବାର ସକାଳେ କୁଆଡ଼େ ବଚସା ହୋଇଥିଲା। ପରେ ସନ୍ଧ୍ୟା ସମୟରେ ରବୀନ୍ଦ୍ର ଗାଁ ଘରୁ ଖାଇବା ନେଇ ନିଜର ଟିଭିଏସ ମୋଫେଡ଼ ଯୋଗେ ହାଟପଡ଼ିଆ ଘରକୁ ଆସୁଥିବା ବେଳେ ପୂର୍ବରୁ ଜଗିଥିବା ଗ୍ରାମର ଦିଲ୍ଲିପ ଜେନା(୬୫), ତାଙ୍କ ପୁଅ ବିଟୁ ଓରଫ ଗୋଲକ ବିହାରୀ ଓ ସନ ସିଂଙ୍କ ପୁଅ ରବି(୨୫) ମିଳିତ ଆକ୍ରମଣ କରିଥିଲେ। ବାଡ଼ରୁ ବାଉଁଶ ବଲା ଉପାଡ଼ି ରବୀନ୍ଦ୍ରଙ୍କୁ ମାଢ଼େଇବାରୁ ତାଙ୍କର ମୁଣ୍ଡଫାଟି ପ୍ରଚୁର ରକ୍ତ ସ୍ରାବ ପରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ପୁଲିସ ୩ଅଭିଯୁକ୍ତଙ୍କ ନାମରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରିଛି। ଅପରପକ୍ଷରେ ରବୀନ୍ଦ୍ର ନିହତ ଖବର ଜଣାପଡ଼ିବା ପରେ ତାଙ୍କ ପରିବାର ଓ କିଛି ଗ୍ରାମବାସୀ କୁଆଡ଼େ ଅଭିଯୁକ୍ତ ଦିଲ୍ଲିପ ଓ ରବିଙ୍କୁ ନିର୍ଘାତ ମାଡ଼ ମାରଥିଲେ। ଗୁରୁତର ଆହାତ ଅବସ୍ଥାରେ ସେମାନଙ୍କୁ ପୁଲିସ୍‍ ଉଦ୍ଧାର କରି ଡ଼ାକ୍ତରଖାନା ପଠାଇଛି। ଅନ୍ୟଜଣେ ଅଭିଯୁକ୍ତ ଗୋଲକବିହାରୀ ଫେରାର ଥିବା ବେଳେ ଗ୍ରାମରୁ ଆଉ କିଛି ଲୋକ ଫେରାର ରହିଛନ୍ତି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ପୁଅର କାଠ ଫାଳିଆ ମାଡରେ ମା’ର ମୃତ୍ୟୁ, ମାତୃହନ୍ତା ପୁଅ ଗିରଫ

WhatsApp Image 2020-06-14 at 9.30.21 PM.
ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଖଇରମାଲ ଗ୍ରାମରେ ଆଜି ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ଘଟିଯାଇଛି। ଆଜି ବିଶ୍ୱ ରକ୍ତଦାତା ଦିବସରେ ରକ୍ତଦାନ କରି ଜୀବନ ବଞ୍ଚାଇବା ପରିବର୍ତ୍ତେ ଜଣେ ଉତ୍ତ୍ୟକ୍ତ ପୁଅ କାଠ ଫାଳିଆରେ ପିଟି ନିଜ ଜନ୍ମ କଲା ମା’ କୁ ଜୀବନରେ ମାରି ଦେଇଛି। ସକାଳ ପ୍ରାୟ ୬ ଟା ସୁଦ୍ଧା ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଘଟଣା ପରେ ଖଇରମାଲ ଗ୍ରାମକୁ ବିନିକା ପୁଲିସ ପହଞ୍ଚି ମାତୃହନ୍ତା ପୁଅକୁ ଗିରଫ କରିଆଣି ଥାନା ହାଜତରେ ରଖିଛି।
ସୂଚନାଯୋଗ୍ୟ, ଖଇରମାଲ ଗ୍ରାମର ଗଣେଶ ଭୋଇ (୨୮) ନାମକ ଜନୈକ ଯୁବକ କୌଣସି କାରଣକୁ ନେଇ ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ମା’ ସତ୍ୟ ଭୋଇ (୬୦)ଙ୍କ ମୁଣ୍ଡକୁ ଅତି ନିର୍ମମ ଭାବେ ପିଟି ହତ୍ୟା କରିଥିଲା। ଏହା ଦେଖି ହତ୍ୟାକାରୀ ଯୁବକର ପିତା ଫଗୁନୁ ଭୋଇ ବଡ଼ ପାଟିରେ ଚିତ୍କାର କରି ଉଠିଥିଲେ। କିନ୍ତୁ ସେତେବେଳକୁ ଉତ୍ତ୍ୟକ୍ତ ହତ୍ୟାକାରୀ ପୁଅର ମାଡ ମା’ ଆଖି ବୁଜି ସାରିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ କାବୁ କରିଥିଲା। ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଥିବା ସତ୍ୟ ଭୋଇଙ୍କୁ ପୁଲିସ ବିନିକା ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲା। ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଥିବା ବିନିକା ଥାନା ଅଧିକାରୀ କୁଶ ପାଣିଗ୍ରାହୀ କହିଛନ୍ତି।